୩୦ ଜିଲାରେ ଗଡ଼ିବ କୋଭିଡ ସଚେତନତା ରଥ

ଭୁବନେଶ୍ବର,୨୦/୮: ରାଜ୍ୟର ୩୦ଟି ଜିଲାରେ କୋଭିଡ ସଚେତନତା ପାଇଁ ଗଡ଼ିବ ରଥ । ଏଥିପାଇଁ ସଂସ୍କୃତି ବିଭାଗ ଓ ୟୁନିସେଫ୍‍ ସହାୟତାରେ ବୁଧବାର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ତାଲିମ୍‍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ୧୦ଟି ଜିଲା ଯଥା- ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, େଦବଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲା ସଂସ୍କୃତି ସଂଘର ଉପ ସଭାପତି ଓ ଦୁଇ ଜଣ ଲୋକ କଳାକାର ଭାଗ ନେଇଥିଲେ। ଦକ୍ଷିଣାଞ୍ଚଳର ୧୦ଟି ଜିଲାର ତାଲିମ କାର୍ଯ୍ୟକ୍ରମ ୨୦ ଓ ୨୧ ଏବଂ କେନ୍ଦ୍ରାଞ୍ଚଳର ୧୦ଟି ଜିଲାର ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ୨୬ ଓ ୨୭ ତାରିଖରେ ହେବା ନେଇ ସ୍ଥିର କରାଯାଇଛି।