ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ନେଲେ କରୋନା ଟିକା

ଭୁବନେଶ୍ବର,୬ /୨ : ରାଜ୍ୟରେ ଆଜିଠାରୁ ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକାଦାନ କରାଯାଉଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କରୋନା ଟିକା ନେଇଛନ୍ତି। ସେହିପରି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁର ବ୍ଲକରେ ଟିକା ନେଇଥିବାବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ମଧ୍ୟ ଟିକା ନେଇଛନ୍ତି।

ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ଆଜି ପ୍ରାୟ ୨୦୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଟିକା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ମହାନଗର ନିଗମ କଲ୍ୟାଣମଣ୍ଡପରେ ନିଗମ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ସ୍ଥାନରେ ୧୦୦ ଲେଖାଁଏ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। କଟକ ଜିଲ୍ଲା କୋଭିଡ଼୍‍ ନୋଡାଲ ଅଧିକାରୀ ଉମେଶ ରାୟ କହିଛନ୍ତି ଆସନ୍ତା ୧୦ ଦିନ ମଧ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ
ଟିକାଦାନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।