କଟକ: କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖିଛି ପୁଲିସ। ବେଆଇନ ଭାବରେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅଞ୍ଚଳର ପଦ୍ମପୁର, ମହାଜନପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା ପୋଲିସ ଏହି ଚଢାଉ କରିଛି । ପୋଲିସ ଚଢାଉରେ ବିପୁଳ ପରିମାଣର ବାଣ ସମେତ ବାଣ ତିଆରି ସରଞ୍ଜାମ ଜବତ କରାଯାଇଛି । ଚଳିତ ବର୍ଷ ମହାମାରି କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଘଟଣା ସ୍ଥଳରେ ଏସିପି, ଜଗତପୁର ଆଇଆଇସିଙ୍କ ସମେତ ବହୁତ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି।