ପାଇକା ନଦୀରେ ମାଛ ଧରିବା ବେଳେ ଜାଲରେ ପଶିଲା କୁମ୍ଭୀର ଛୁଆ

କେନ୍ଦ୍ରାପଡା,୩୦/୮: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଆମେଇପାଳ ପଂଚୟତ ସାମ ଜୋରି ଗାଁ ର ସିଟୁ ନାୟକ ରବିବାର ଦିନ ପ୍ରାତଃ ରୁ ପାଖ ପାଇକା ନଦୀରେ ଜାଲ ପକାଇବା ସମୟରେ ଏକ ଥଣ୍ଟିଆ କୁମ୍ଭୀର ଶାବକ ଜାଲରେ ପଡିଯାଇଥିଲା l ଜାଲ ଟାଣିବା ବେଳେ ବଡ଼ ମାଛ ପଶିଥିବା ଭାବି ଜାଲ ପକାଳୀ ଖୁବ ଖୁସି ଅନୁଭବ କରିଥିଲେ l ମାତ୍ର ଜାଲ ପାଣି ଉପରକୁ ଆସିବା ପରେ ଶାବକ କୁମ୍ଭୀର ଦେଖି ସିଟୁ ଭୟଭୀତ ହୋଇଥିଲା l ଏପରିକି ନଦୀ ପଠାରେ ଜାଲକୁ ଛାଡି ଗାଁ ରୁ ସାଥି ମାନଙ୍କୁ ଡାକି ନେଇଥିଲା l ସାଥିରେ ଯାଇଥିବା ଲୋକେ କୁମ୍ଭୀର ଶାବକକୁ ଜାଲରୁ ଉଦ୍ଧାର କରି ସୁରକ୍ଷିତ ରଖିଥିଲେ l ପରବର୍ତ୍ତୀ ସମୟରେ ବନ ବିଭାଗ ଖବର ପାଇଁ ଥଣ୍ଟିଆ ଶାବକ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ l ବନ ବିଭାଗକୁ ହସ୍ତାନ୍ତର ସମୟରେ ଶାବକଟି ସୁସ୍ଥ ଥିବାର ଜଣାପଡିଛି l ନଦୀ ନାଳ ଘେରା ବ୍ଲକ ଅଂଚଳର ପାଇକା, ଗୋବରୀ, ଲୁଣା ଓ ସଂଲଗ୍ନ ଶାଖା ନଦୀ ଓ ଜୋର ଗୁଡିକରେ ଏବେ କୁମ୍ଭୀର ବିଚରଣ କୁରୁଥିବାରୁ ସ୍ଥାନୀୟ ଅଧିବାସୀମାନେ ନଦୀ ନାଳରେ ପାଦ ଦେବାକୁ ଭୟ କଲେଣି । ବନ ବିଭାଗ ଏଥି ପ୍ରତି ତୀକ୍ଷ୍ଣ ନିଘା ନ ରଖିଲେ ଆଗାମୀ ଦିନରେ ଅନେକ ଧନ ଜୀବନ କ୍ଷୟ କ୍ଷତିର ଆଶଙ୍କା କରାଯାଉଛି l