ଗୁଜୁରାଟ,୧୭ /୮ : ଗୁଜୁରାଟରେ ଗତ ୩ ଦିନ ହେବ ପ୍ରବଳ ବର୍ଷା ଯୋଗୁ ସହରରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସୁରଟରେ ବନ୍ୟାର ପରିସ୍ଥିତି ଦେଖା ଦେଇଥିବା ବେଳେ ବଡ଼ୋଦରା ସହର ଭିତରେ ପାଣି ପଶିଯାଇଛି।ବର୍ଷା ଫଳରେ ରାସ୍ତାଘାଟ ମଧ୍ୟ ନଦୀର ଭ୍ରମ ସୃଷ୍ଟି କରୁଛି। ଏହାସହ ନଦୀରୁ ଭୟଙ୍କର କୁମ୍ଭୀରମାନେ ଉଠି ଆସି ମଧ୍ୟ ରାସ୍ତାରେ ବୁଲିବାକୁ ଆରମ୍ଭ କରିଛନ୍ତି। ବଡ଼ୋଦରା ସହରରୁ ଏଭଳି ହିଁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଭିଡ଼ିଓ ଏବେ ବେଶ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଇଛି , କିଛି ଲୋକେ ରାସ୍ତା କଡ଼ରେ କୁମ୍ଭୀରକୁ ଉଦ୍ଧାର କରୁଥିବା ନଜରରେ ଆସୁଛି। ଏହି ଅଂଚଳରେ କିଛି ସ୍ଥାନୀୟଲୋକେ ରାସ୍ତା କଡ଼ରେ ଲୋକେ ବସିବା ପାଇଁ ଥିବା ବେଂଚ ତଳେ କୁମ୍ଭୀର ରହିଥିଲା।
ବେଂଚ ତଳେ କୁମ୍ଭୀରକୁ ଦେଖି ଲୋକେ ଭୟରେ ଥରିବାକୁ ଆରମ୍ଭ କରିଥିଲେ। ଏହାପରେ ଲୋକେ ଏ ବିଷୟରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। କୁମ୍ଭୀରଟି ଲମ୍ବ ପ୍ରାୟ ୫ଫୁଟ ଥିଲା। କର୍ମୀ ମାନେ ଏହାପରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ବହୁ କଷ୍ଟରେ ଏହି କୁମ୍ଭୀରଟିକୁ ଉଦ୍ଧାର କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଗୁଜୁରାଟର ବିଭିନ୍ନ ସହରରୁ କୁମ୍ଭୀରଙ୍କୁ ଉଦ୍ଧାର କରାଯାଇଛି ଓ ଜଣଙ୍କ ଗାଧୁଆଘରୁ ମଧ୍ୟ ଏକ କୁମ୍ଭୀର ଉଦ୍ଧାର ହୋଇଥିଲା। ଯାହାର ଭିଡ଼ିଓ ଭାଇରାଲ ହୋଇଛି।