ଡିସେମ୍ବର ୨୪ରେ ବାରବାଟୀ ଟି-୨୦ : ମୁହାଁ ମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା

ଭୁବନେଶ୍ୱର, ୨୬/୦୩ : ଡିସେମ୍ବର ୨୪ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବ। ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ୨୦୨୬-୨୭ ପାଇଁ ବିସିସିଆଇ ଖେଳସୂଚୀରୁ ସ୍ପଷ୍ଟ ହୋଇଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ଓଡିଆଇ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ୩ ମ୍ୟାଚ୍‌ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳିବ। ରାଜକୋଟରେ ଶ୍ରୀଲଙ୍କା ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା ।