କଟକ,୪ /୪: କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ସେହିଗ୍ରାମର ଅସାମାଜିକ ବ୍ୟକ୍ତି ବିଶେଷ ଦୁଷ୍କର୍ମ କରିଥିଲେ l ଏନେଇ ଦିବ୍ୟାଙ୍ଗ ପରିବାର ତରଫରୁ କନ୍ଦରପୁର ପୋଲିସଷ୍ଟେସନରେ ଅଭିଯୋଗ ହୋଇଥିଲା l ମାତ୍ର ପୋଲିସ ପୀଡ଼ିତାଙ୍କୁ ଉପଯୁକ୍ତ ଓ ତ୍ୱରିତ ନ୍ୟାୟ ପାଇଁ ପ୍ରତିବାଦରେ ତଥା ଏହି ନିନ୍ଦନୀୟ କାର୍ଯ୍ୟକୁ ଦୃଢ ବିରୋଧ କରି ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) କନ୍ଦରପୁର ଥାନାରେ ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିବାସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବା,ଉପଯୁକ୍ତ ଭରଣପୋଷପ ବାବଦରେ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ, ସରକାରଙ୍କ ପକ୍ଷରୁ ଆଇନସେଵା ଯୋଗାଇ ଦେବାକୁ ପୋଲିସ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଦରପୁର ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
ପରିଷଦର କାର୍ଯ୍ୟକର୍ତା ବର୍ଗ ସୁରେଶ ଜେନା,ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ,ଦେବୀ ପ୍ରସାଦ ପତି, ସିଦ୍ଧାନ୍ତ ଭୋଇ,ଅନିଲ ମହାପାତ୍ର,ସଂଜୟ ସେଠୀ,ରବୀନ୍ଦ୍ର ପାତ୍ର,ସଂଜୟ ସାହୁ,ଲଷ୍ମୀଧର ଜେନା,ବିନୋଦ ଦାଶ,ଅକ୍ଷୟ ଦାଶ,ବଳରାମ ନାୟକ,ବିଶ୍ୱରଂଜନ ଦାଶ,ପ୍ରମୋଦ ସେଠୀ, ମୁନା ପ୍ରଧାନ ପ୍ରମୁଖ ପିଡୀତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏହି ଅମାନୁଷିକ କର୍ଯ୍ୟକୁ ନିନ୍ଦା କରିବାସହ ପ୍ରଶାସନ ଏହିଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ କନ୍ଦରପୁର ଥାନା ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି ହେଲେ ଉଚିତ ଓ ତ୍ୱରିତ ନ୍ୟାୟ ପାଇଁ ସଂଗଠନ ଦାବୀକରନ୍ତି l