ଆଜି ଆଲୋକିତ ହେବ କଟକ ପୁରୀ ବାଇପାସ୍‌ ରୋଡ : ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ /୨: ଆଲୋକରେ ଝଲସିବ କଟକ ପୁରୀ ବାଇପାସ୍‌ ରୋଡ । ପଳାଶୁଣି ଛକରୁ ଲିଙ୍ଗିପୁର ଦୟାସେତୁ ପର୍ଯ୍ୟନ୍ତ ବାଇପାସ୍‌ ରାସ୍ତାକୁ ଆଲୋକୀକରଣ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୫.୪୫ରେ ସାଇ ମନ୍ଦିର ଛକ ଠାରେ ବାଇପାସ୍‌ ରାସ୍ତା ଆଲୋକୀକରଣର ଶୁଭ ଉଦ୍‌ଘାଟନ କରିବେ । ପଳାଶୁଣି ଛକରୁ ପାଣ୍ଡରା, ପାଣ୍ଡରା ଛକରୁ କେଶୁରା, କେଶୁରା ଛକରୁ ସାଇମନ୍ଦିର ଓ ସାଇମନ୍ଦିର ଛକରୁ ଲିଙ୍ଗିପୁର ଦୟାସେତୁ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ କରାଯିବ। ଏହି ୧୨ କିଲୋମିଟର ରାସ୍ତାରେ ୭୭୪ଟି LED ଏବଂ ୩ଟି High mast ଲାଇଟ ଜଳିବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ବାଇପାସ୍‌ ରାସ୍ତା ଆଲୋକିତ ହେବ । ଏହାର ସଂଯୋଗଠାରୁ ପରିଚାଳନା ଦାୟିତ୍ବ ବିଏମ୍‌ସି ବିଦ୍ୟୁତ ବିଭାଗ ବହନ କରିବ। ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମୟରେ ବାଇପାସ୍‌ ରାସ୍ତା ଆଲୋକୀକରଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲା।