ଦହି ସହ ଗୁଡ ଖାଉଛନ୍ତି କି ? ଜାଣନ୍ତୁ ମିଳେ କି ଲାଭ..

ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏଥିପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟକୁ ନିଜ ଭୋଜନ ତାଲିକାରେ ସାମିଲ କରିବା ଉଚିତ୍‌‌। ଫଳରେ ରୋଗ ଶରୀର ଠାରୁ ଦୂରେଇ ରହିବ। ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା ପାଚନ ଶକ୍ତିକୁ ମଜଭୂତ କରିଥାଏ। ଏହାସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ଦହି ସହ ଗୁଡ ମିଶାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଏହା କେତେ ଉପକାରୀ ହୋଇଥାଏ..

ଗୁଡରେ ଆଇରନ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହାସହ ଏଥିରେ କ୍ୟାଲସିୟମ, ପୋଟାସିୟମ, ମାଙ୍ଗାନିଜ୍‌‌ ଭରପୁର ମାତ୍ରାରେ ରହିଛି। ଦହିରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଶରୀରରେ ରକ୍ତର ଅଭାବ ହେଉଥିଲେ ଦହି ସହ ଗୁଡ ସେବନ କରନ୍ତୁ। ଏହା ଶରୀରରେ ରକ୍ତ ବୃଦ୍ଧି କରିବାରେ ସହାୟକ ହେବା ସହ ରକ୍ତ ଅଭାବକୁ ଦୂର କରିଥାଏ।

ଯେଉଁମାନଙ୍କର କୋଷ୍ଠକାଠିନ୍ୟ, ପେଟ ଫୁଲିବା ଓ ଅନ୍ୟ ପେଟ ଜନିତ ସମସ୍ୟା ଥିଲେ, ଦହି ଓ ଗୁଡର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ପାଚନ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ।

ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିଲେ, ନିଜର ନିୟମିତ ଖାଦ୍ୟରେ ଦହି ଓ ଗୁଡ ନିଶ୍ଚୟ ସାମିଲ କରନ୍ତୁ। ଏହାର ସେବନ ଦ୍ୱାରା ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଫଳରେ ବାରମ୍ବାର ଭୋକ ହୋଇନଥାଏ। ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଓଜନ ହ୍ରାସ ହେବାରେ ସହାୟକ ମଧ୍ୟ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ, ଦହି-ଗୁଡ ସେବନ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଦହି ଓ ଗୁଡ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିବା ସହ ଶରୀରକୁ ରୋଗକୁ ଦୂରେଇ ରଖିଥାଏ।

SBI AD