କଟକରୁ ହଟିଲା କର୍ଫ୍ୟୁ

ଭୁବନେଶ୍ୱର, ୦୭/୧୦ : କଟକରୁ ହଟିଲା କର୍ଫ୍ୟୁ। କର୍ଫ୍ୟୁ କଟକଣା ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ସେ କହିଛନ୍ତି ଏବେ ପରିସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରାଯାଇଛି। କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେବି ଟିମ୍ ଅନୁଧ୍ୟାନ କରୁଛି । ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ରହିବେ। ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେ ଦିଗ ଉପରେ ନଜର ରହିବ । ସାଦା ପୋଷାକରେ ପୁଲିସ ମୁତୟନ ହୋଇ ରହିବେ । ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା, ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ବର ଉଠିଥିଲା, ଯାହା ଉଗ୍ର ରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା। ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଆଦି ଚଳାଇ ପାରୁନଥିଲେ ୟୁଜର୍ସ। ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବି ବନ୍ଦ ରହିଥିଲା। ଏବେ କଟକରେ କର୍ଫ୍ୟୁ ହଟିଥିଲେ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆଜି (ମଙ୍ଗଳବାର) ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ଆଗକୁ ପରିସ୍ଥିତି ଦେଖି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି।

SBI_Festive_Digital Billboard