ବିନା ଶ୍ରଦ୍ଧାଳୁରେ ପୂଜାମଣ୍ଡପରେ ଦୂର୍ଗାପୂଜା ପାଇଁ ଅନୁମତି ଦେଲେ କଟକ ଜିଲ୍ଲାପାଳ

କଟକ, ୨୬/୮ : କଟକରେ ଦୁର୍ଗାପୂଜାକୁ ନେଇ ବଢିଲା ଆଶା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । କରୋନା କଟକଣା ଭିତରେ ଦୁର୍ଗାପୂଜା ହେବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏଥର କଟକରେ ପାଳିତ ହେବ ଦୁର୍ଗାପୂଜା କିନ୍ତୁ ସାର୍ବଜନୀନ ସ୍ଥାନରେ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ମଙ୍ଗଳବାର ଦୁର୍ଗାପୂଜା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୂର୍ଗା ପୂଜା ପାଇଁ ସେ କଟକଣା ଜାରି କରିଥିଲେ । ତେବେ ଆଜି ନିଜର ମତ ବଦଳାଇ ଦୁର୍ଗାପୂଜା ପାଇଁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ କଟକର ବାଲୁବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ଏ ନେଇ ହାଇକୋର୍ଟଙ୍କ ରାୟକୁ ପ୍ରତୀକ୍ଷା କରାଯାଇଛି।