କଟକ,୨୧/୩ : (ଓଡିଶା ଖବର) – ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ, ନିର୍ମାଣ ଯୁଗର ସାରଥୀ ତଥା କଟକର ଦ୍ଵିତୀୟ ବାଇମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କୁ ମିଳିଛି ଉଚିତ ସମ୍ମାନ I କଟକ ମହାନଗରନିଗମ ସ୍ବର୍ଗତ ବସନ୍ତ ବାବୁଙ୍କର ଏକ ପୂର୍ଣ୍ଣ ବୟବ ପ୍ରତିମୁର୍ତି ତିଆରି କରି ଉଦାହରଣ ସୃଷ୍ଟି କରିଛି I

କଟକ ମହାନଗର ନିଗମ ୱାର୍ଡ ନମ୍ବର ୯ ସ୍ଥିତ ଦୟା ଆଶ୍ରମ ନିକଟରେ କଟକ ମେୟର ସୁବାସ ସିଂହ ପ୍ରତିମୁର୍ତି ଉଦଘାଟନ କରିଛନ୍ତି I ଉଦଘାଟନୀ ସଭାରେ ସି.ଏମ.ସି କମିଶନର ସୁଶ୍ରୀ କିରଣଦୀପ କୌର ସହୋତା, ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁତ୍ର ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ – ପୁତ୍ରବଧୁ ‘ସମୟ’ର ନିର୍ଦ୍ଦେଶିକା ଅନିତା ମହାନ୍ତି ଉପସ୍ଥିତ ଥିଲେ I ସଭାରେ ଉପସ୍ଥିତ ସମସ୍ତ ମାନ୍ୟଗନ୍ୟ ବ୍ୟକ୍ତିମାନେ ସ୍ୱର୍ଗତ ବିଶ୍ୱାଳଙ୍କ କଟକ ସହରରେ କରିଥିବା ସମସ୍ତ କାର୍ଯ୍ୟ ଯେପରିକି କଟକ ସହରରେ ରିଙ୍ଗ ବନ୍ଧ ନିର୍ମାଣ, ଓଭର ବ୍ରିଜ, କଟକ ବିକାଶ ପ୍ରାଧିକରଣ ପ୍ରତିଷ୍ଠା , ଇଣ୍ଡୋର ଷ୍ଟାଡିୟମ ନିର୍ମାଣ, ଶାରଳା ଭବନ ଭଳି ମହାନ କାର୍ଯ୍ୟ ତାଙ୍କ ନେତୃତ୍ୱରେ ହୋଇଥିଲା I

ଉଦଘାଟନୀ ସଭାରେ କଟକ ମେୟର ସୁବାସ ସିଂହଙ୍କ ସହିତ ମାନ୍ୟବର ବିଧାୟିକା ସୋଫିଆ ଫିରଦୋଷ , ମାନବ ଅଧିକାର କମିଶନର ପୂର୍ବତନ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଅସୀମ ଅମିତାଵ ଦାସ, କଟକ ପୂଜାକମିଟି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତୀ ତ୍ରିପାଠୀ , ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ର , ପୂର୍ବତନ ଡେପୁଟି ମେୟର ପୁଷ୍ପା ସାମଲ, ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ପ୍ରଫୁଲ ସିଂହ , ବିଜୁ ଜନତା ଦଳ କଟକ ସିଟିର ପୂର୍ବତନ ସଭାପତି ମଧୁ ସୁଧନ ସାହୁ , ଭାରତୀୟ ଜନତା ପାର୍ଟିର ନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜୁ ମହିଳା ଜନତା ଦଳ କଟକ ଜିଲ୍ଲା ସଭାପତି ଅନିତା ବେହେରା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ମୋନାଲିଶା ଦାସ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ.ଶ୍ରୀଦେବୀ , ସ୍ଥାନୀୟ କର୍ପୋରେଟର ବିକାଶ ରଞ୍ଜନ ବେହେରା ,କଂଗ୍ରେସ କର୍ପୋରେଟର ସନ୍ତୋଷ ବଳ, କଟକ ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରି ଦାସ , ସି.ପି.ଆଇ. ବରିଷ୍ଠ ନେତା ଶ୍ରୀ ଆମେରେନ୍ଦୁ ମହାନ୍ତି , କର୍ପୋରେଟର ପ୍ରିୟମ୍ବଦା ମହାନ୍ତି , ଆରତୀ ସାହୁ , ଅରୁନ୍ଧତୀ କର, ବନଲତା ପ୍ରଧାନ ଚନ୍ଦନ ଜେନା , ଜେ କାମେଶ୍ୱର ରାଓ , ସୁବାସିସ ପଟ୍ଟନାୟକ , ଦୀପ୍ତି ରଞ୍ଜନ ରାୟ, ଆଇନଜୀବୀ ସ୍ୱଦେଶ ଦାସ , ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ଶତାଧିକ ପ୍ରଶଂସକ , ସି.ଏମ.ସି ଅଧିକାରୀ , କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ Iସଭା ଶେଷରେ କର୍ପୋରେଟର ରବିନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I