ଭୁବନେଶ୍ବର,୧୭/୧୨ : କଟକ ସହରରେ ଥିବା ଐତିହାସିକ ରେଳ ଷ୍ଟେସନର ରୂପ ବଦଳିବ। ରାଜ୍ୟର ଅନ୍ୟତମ ପୂରାତନ ରେଳଷ୍ଟେସନ ଭାବେ ପରିଚିତ କଟକ ରେଳଷ୍ଟେସନ ନବକଳେବର ହେବ। ରେଳ ଷ୍ଟେସନର ପ୍ରବେଶ ଦ୍ବାର ଆକର୍ଷଣୀୟ ହେବ। ଏହାର ନିର୍ମାଣ ଶୈଳୀରେ ଓଡ଼ିଶା ଇତିହାସର ଛାପ ରହିବ।
କଟକ ରେଳଷ୍ଟେସନ କିଭଳି ହେବ, ସେନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଡିଜାଇନ୍ ଅପଲୋଡ୍ କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି। ଡିଜାଇନ୍ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ। ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ମାନ୍ୟବର ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏବଂ ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନସାଧାରଣଙ୍କୁ ଏହି ନୂତନ ଚିନ୍ତାଧାରାକୁ ସର୍ବାଧିକ ସମର୍ଥନ ଦେବାକୁ ଅନୁରୋଧ କରାଯାଇଛି।
