ସାଇବର ଠକଙ୍କ ପଞ୍ଝାରେ ଯୁବକ, ଲୁଟି ନେଲେ ନଗଦ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୨/୧୨ : ଓଟିପି ପଠାଇ ସାଇବର ଠକ ଲୁଟି ନେଲେ ନଗଦ ୪ ଲକ୍ଷ ୩୬ ହଜାର ଟଙ୍କା । ତାଳଚେର ଥାନା ସହ ସାଇବର ଥାନାର ଦ୍ୱାରସ୍ଥ ହେଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଗତକାଲି ସୁଶାନ୍ତଙ୍କ ମୋବାଇଲକୁ ବାରମ୍ବାର ଓଟିପି ଆସିଥିଲା । ତାଙ୍କ ଆକାଉଣ୍ଟରୁ ତିନି ଥରରେ ୪ ଲକ୍ଷ ୩୬ ହଜାର ଟଙ୍କାକୁ ସାଇବର ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପରେ ସୁଶାନ୍ତ ତାଳଚେର ଥାନା ଓ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତାଳଚେର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ କିଛି ଆପ୍ ତାଙ୍କ ମୋବାଇଲକୁ ଆସିଥିବା ବେଳେ ସେହି ଆପ୍ କୁ ସୁଶାନ୍ତ ଖୋଲିଥିବା ବେଳେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଓଟିପି ପଠାଇ ସାଇବର ଲୁଟେରା ଏଭଳି ଟଙ୍କା ଲୁଟିଥିବା ଅନୁମାନ କରାଯାଉଛି ।

Madhukunj