ଭୁବନେଶ୍ୱର,୧୮/୫: ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଣ୍ଟର ଆଶଙ୍କା କରୁଛି । କିନ୍ତୁ ଏନେଇ ସଠିକ ଭାବେ ଏଯାଏ କିଛି ଆକଳନ କରାଯାଇନାହିଁ । ଆସନ୍ତାକାଲି ଆଡକୁ ଏନେଇ ଚିତ୍ର ସ୍ପଷ୍ଟ ହୋଇଯାଇପାରେ ବୋଲି ସୂଚନା ଦିଆଯାଇଛି ।