ଭୁବନେଶ୍ୱର, ୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୬ ବେଳକୁ ନେବ ଗଭୀର ଅଭପାତର ରୂପ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ବଳ ଗୋଟାଉଛି । ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ଯେ ବଙ୍ଗୋପସାଗରରେ ଏକ ବାତ୍ଯା ହେବାର ସମ୍ଭାବନା ରହିଛି। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି। ହେଲେ ଏନେଇ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ବାତ୍ୟା ଭୟ ରହିଛି।
ବାତ୍ୟା ମାସ ଅକ୍ଟୋବରରେ ଶେଷ ଆଡକୁ ସୃଷ୍ଟ ଏହି ଲଘୁଚାପ କେଉଁ ରୂପ ନେବ, ବାତ୍ୟା ଆଣିବ କି ନାହିଁ ତାକୁ ନେଇ ଆଶଙ୍କା ବଢିଛି। କାରଣର ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS , ୟୁରୋପୀୟ ECMWF ମଡେଲ ଇଣ୍ଡିକେସନ ଠିକ ଏହି ଦିଗକୁ ଯାଉଛି। ଯେହେତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି, ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ଅଟେ । କାରଣ ଏହି ସମୟରେ ସ୍ଥଳଭାଗ ଥଣ୍ଡା ଥିଲେ ବି ସମୁଦ୍ର ଭିତର ଗରମ ଥାଏ, ଫଳରେ ଗୋଟିଏ ଲଘୁଚାପକୁ ଅନ୍ୟଟି ବଳ ଯୋଗାଏ, ଯାହାକି ଶକ୍ତିଶାଳୀ ହୋଇ ବାତ୍ଯା ରୂପ ନେଇଥାଏ।
