ବଙ୍ଗୋପସାଗରରେ ବାତ୍ୟା ସଙ୍କେତ, ୧୦ରେ ଆଣ୍ଡାମାନରେ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର, ୦୭/୦୫ : ଉଭୟ ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଏବଂ ୟୁରୋପିଆନ ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ ମଡେଲ ଦେଖେଇଲେଣି ବଙ୍ଗୋପସାଗରରେ ବାତ୍ୟା । ଜିଏଫଏସ ମଡେଲ ଅନୁଯାୟୀ ୧୦ମେ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଅଧିକ ଘନୀଭୂତ ହେଇ ଓଡିଶା-ପଶ୍ଚିମବଙ୍ଗ ମୁହାଁ ହେବ । ୧୬ମେ ବେଳକୁ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ମେ ମାସ ଆସିଲେ ଘାରିଥାଏ ବାତ୍ୟାର ଭୟ। ୨୦୨୦ରେ ମହାବାତ୍ୟା ଅମ୍ଫାନ ସମାନ ଅଞ୍ଚଳରେ ସୃଷ୍ଟି ହୋଇ ୧୬ମେ ସୁଦ୍ଧା ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ବିଧାନସଭା ନିର୍ବାଚନ ୨୦୨୬ – ୱାନ୍‌ ଇଣ୍ଡିଆ ଓଡ଼ିଆରେ ସମ୍ପୂର୍ଣ୍ଣ କଭରେଜ୍ ବର୍ତ୍ତମାନ ବଙ୍ଗୋପସାଗର ଅଞ୍ଚଳରେ ପାଣିପାଗର କାରକ ଗୁଡିକ ମଧ୍ୟ ବାତ୍ୟା ସୃଷ୍ଟିକୁ ସୁହାଇଲା ଭଳି ରହିଛି । ବଙ୍ଗୋପସାଗରରେ ଏମ. ଯେ. ଓ. ସକ୍ରିୟ ଥିବାବେଳେ ତରାଙ୍ଗାୟିତ ବାୟୁ ପ୍ରବାହ ମଧ୍ୟ ସକ୍ରିୟ ରହିଛି । ଏହି ତରଙ୍ଗାୟିତ ପ୍ରବାହ ପ୍ରଭାବରେ ଏପ୍ରିଲ୍ ଏବଂ ମେ ମାସରେ ସାଧାରଣତଃ ଉଭୟ ଆରବ ସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟି ପାଇଁ ପାଣିପାଗକୁ ସକ୍ରିୟ କରାଇଥାଏ । ଆଣ୍ଡାମାନରେ ବାଦଲ ଆଛାଦନ ଦେଖାଗଲାଣି ।