ସବୁଠୁ ବଡ ପ୍ରତିରକ୍ଷା ଡିଲକୁ ଡିଏସିର ମଞ୍ଜୁରୀ, କିଣାଯିବ ୧୧୪ ରାଫେଲ୍ ଜେଟ୍

ନୂଆଦିଲ୍ଲୀ, ୧୨/୦୨ : ଅପରେସନ ସିନ୍ଦୂରରେ ରାଫେଲ ଜେଟର କାରନାମା ଦେଖିବା ପରେ ସରକାର ଓ ବାୟୁସେନାର ଭରସା ଲଗାତାର ଏହି ଫ୍ରାନ୍ସର ଲଢୁଆ ବିମାନ ଉପରେ ବଢିବାରେ ଲାଗିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ବୈଠକ ବସିଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧୪ ରାଫେଲ ବିମାନ କ୍ରୟକୁ ମଞ୍ଜୁରୀ ଦେଇଛନ୍ତି । ଏହି ଡିଲର ବ୍ୟୟବରାଦ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ରହିଛି । କ୍ରନିକ୍ସର ରିପୋର୍ଟ ମୁତାବକ ଡିଏସି ସହିତ ଏହି ବୈଠକରେ କେବଳ ରାଫେଲ ଫାଇଟର ଜେଟକୁ ନେଇ ଆଲୋଚନା ହୋଇ ନାହିଁ ବରଂ ସମସ୍ତ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିଗ୍ରହଣକୁ ନେଇ ମଧ୍ୟ ଆଲୋଚନା ହୋଇଛି । ପ୍ରାନ୍ସଠୁ ସ୍କାଲ୍ପ କ୍ରୁଜ ମିସାଇଲ ଓ ଆମେରିକାଠୁ ପି-୮ଆଇ ସାମୁଦ୍ରିକ ନିରୀକ୍ଷଣ ବିମାନ ଓ ସୁଦର୍ଶନ ରକ୍ଷା କବଚ ପାଇଁ ଏସ-୪୦୦ କ୍ରୟ ନେଇ ମଧ୍ୟ ଆଲୋଚନା ହୋଇଛି । ଏହା ବ୍ୟତୀତ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ପ୍ରୋତ୍ସାହନ ଦେବା ପାଇଁ ଡିଆରଡିଓ ଦ୍ୱାରା ବିକଶିତ ଏକ ଲକ୍ଷ ବିଭବ ପଏଣ୍ଟ ଆଣ୍ଟି ଟ୍ୟାଙ୍କ ମାଇନ୍ସକୁ ମଧ୍ୟ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି । ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ୩୬ ରାଫେଲ ଲଢୁଆ ବିମାନ ରହିଛି । ଏହା ଦେଶର ବିଭିନ୍ନ ସ୍ଥାନରେ ମୁତୟନ ଅଛି । ଅପରେସନ ସିନ୍ଦୂର ପରି ସୈନ୍ୟ ଅଭିଯାନରେ ଏହି ଲଢୁଆ ବିମାନ ନିରଜ କ୍ଷମତା ଓ ସାମର୍ଥ୍ୟ ପ୍ରମାଣିତ କରିଥିଲା । ଏମିତିରେ ଏବେ ଭାରତ ଫ୍ରାନ୍ସଠୁ ଆଉ ୧୧୪ ଲଢୁଆ ବିମାନ କିଣିବା ଦିଗରେ ଆଗକୁ ବଢିଛି । ଭାରତ ପକ୍ଷରୁ ଫ୍ରାନ୍ସର ଏହି ଲଢୁଆ ଜେଟ୍ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଡିଲ୍ ଫ୍ରାନ୍ସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।