ଦ୍ଵିତୀୟ ଦିନରେ ଭାରତଠୁ ୨୪୫ ରନ ପଛରେ ଇଂଲଣ୍ଡ

ଲର୍ଡ୍ସ : ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ସମାପ୍ତ ହୋଇଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୩ ଓ୍ଵିକେଟ୍ ବିନିମୟରେ ୧୧୯ ରନ କରିଛି। କ୍ରିଜରେ ଅଧିନାୟକ ଜୋ ରୁଟ୍(୪୮) ଓ ଜୋନି ବେୟାରଷ୍ଟା(୫) ଅପରାଜିତ ଅଛନ୍ତି। ଘରୋଇ ଦଳ ଏବେ ସୁଦ୍ଧା ୨୪୫ ରନ ପଛରେ ରହିଛି। ଭାରତ ପକ୍ଷରୁ ମହମ୍ମ ସିରାଜ ୨ଟି ଏବଂ ମହମ୍ମଦ ଶାମି ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ଦିନରେ ଚମକିଛନ୍ତି ଜେମ୍ସ ଆଣ୍ଡରସନ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୬୪ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ସର୍ବାଧିକ ୧୨୯ ରନ କରିଥିଲେ। ରୋହିତ ଶର୍ମା ୮୩, ବିରାଟ କୋହଲି ୪୨ ଓ ଋଷଭ ପନ୍ତ ୩୭ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ପୁଣି ଥରେ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ ୫ ଓ୍ଵିକେଟ୍ ନେଇ ଭାରତକୁ ୪୦୦ ରନ କରିବାକୁ ଦେଇ ନାହାନ୍ତି।

ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ୨୪ ରନରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ମହମ୍ମଦ ସିରାଜ ଭାରତକୁ ଏହି ଦୁଇ ସଫଳତା ଦେଇଛନ୍ତି। ଡୋମିନିକ ସିବଲି(୧୧) ଓ ହାସିମ ଅହମ୍ମଦ ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ଶିକାର ହୋଇଥିଲେ। ଏହା ପରେ ଜୋ ରୁଟ୍ ଓ ରବି ବର୍ଣ୍ଣସ ଦଳର ଇନିଂସ ଆଗକୁ ବଢାଇଥିଲେ। ରରି ବର୍ଣ୍ନ୍ସ ୪୯ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଥିଲେ। କ୍ରିଜରେ ଅଧିନାୟକ ଜୋ ରୁଟ୍(୪୮) ଓ ଜୋନି ବେୟାରଷ୍ଟା(୫) ଅପରାଜିତ ଅଛନ୍ତି।

ଭାରତ ପାଇଁ ବେଶ ଚମତ୍କାର ସାବ୍ୟସ୍ତ ହୋଇଥିଲା ପ୍ରଥମ ଦିନ । ଓପନିଂ ଯୋଡି ଲୋକାଶ ରାହୁଲ ଏବଂ ରୋହିତ ଶର୍ମା ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଶତକୀୟ ଭାଗିଦାରୀ କରିଥିଲେ ଉଭୟ ବ୍ୟାଟ୍ସମ୍ୟାନ୍ । ଓପନର ଲୋକେଶ ସର୍ବାଧିକ ୧୨୯ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୮୩, ଚେତେଶ୍ବର ପୁଜାରା ୯, ଅଧିନାୟକ ବିରାଟ କୋହଲି ୪୨, ଅଜିଙ୍କ୍ୟ ରାହାଣେ ୧, ଋଷଭ ପନ୍ତ ୩୭, ରବୀନ୍ଦ୍ର ଜାଡେଜା ୪୦, ମହମ୍ମଦ ସାମୀ ୦, ଇଶାନ୍ତ ଶର୍ମା ୮, ଯଶପ୍ରୀତ ବୁମରାହ ୦ ରନ କରି ଆଉଟ ହୋଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଜେମ୍‌ସ ଆଣ୍ଡରସନ ୬୨ ରନ ଦେଇ ସର୍ବାଧିକ ୫ ଓ୍ବିକେଟ ନେଇଛନ୍ତି । ସେହିଭଳି ହଲି ରବିନସନ୍‌ ୭୩ ରନ ଦେଇ ୨ଟି, ମାର୍କ ଉଡ୍‌ ୯୧ ରନ ଦେଇ ୨ଟି, କୋଇନ୍ ଅଲ୍ଲୀ ୫୩ ରନ ଦେଇ ଗୋଟିଏ ଓ୍ବିକେଟ ହାସଲ କରିଛନ୍ତି । ସାମ୍‌ କରନ ୭୨ ରନ ବ୍ୟୟ କରିଛନ୍ତି ।