ଭୁବନେଶ୍ୱର, ୧୪/୫ : ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡ଼ା ତରବୋଡ ଫନଡେଲ ନାଳ ନିକଟରେ କାର ଧକ୍କାରେ ଜଣେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସୋମବାର ନିର୍ବାଚନ ସରିବା ପରେ ଇଭିଏମ ସମିଟ କରି ସକାଳୁ ସକାଳୁ ଘରକୁ ଫେରୁଥିଲେ । ରାସ୍ତାରେ ଏକ କାର ଧକ୍କା ଦେବାରୁ ପ୍ରସନ୍ନଙ୍କ ମୃତ୍ୟୁ ହୋଇଛି । ମାଥିଲି ଡମଗୁଡ଼ାଠାରେ ବସ ଧକ୍କାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିଖପାଲିର କୁଶବେଡା ବିଦ୍ୟାଳୟରେ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିଲେ ବଣ୍ଡାଘାଟି ବନ୍ଧଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିଷାନ । ନିର୍ବାଚନ କାର୍ଯ୍ୟ ସାରି ସକାଳରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଇନ୍ଦ୍ରଜିତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।