ମିଆଁମାରରେ ଭୂକମ୍ପ ଯୋଗୁ ମୃତ୍ୟୁସଂଖ୍ୟା ୨୭ଶହ ପାର୍‌ : ଦେଶରେ ୭ ଦିନିଆ ଶୋକ ଘୋଷଣା

0

ନୂଆଦିଲ୍ଲୀ ୦୨/୦୪: ମିଆଁମାରରେ ଭୟଙ୍କର ଭୂମିକମ୍ପ ଯୋଗୁ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି । ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି । ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି ।

Leave A Reply

Your email address will not be published.