ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

0

କେନ୍ଦ୍ରାପଡ଼ା,୨୧/୩: ଆଉ ନାହାନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ୬୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ସନ୍ଧ୍ୟା ୭.୫୦ ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି । ଏ ନେଇ ଝିଅ ଦେବସ୍ମିତା ଶର୍ମା ସୂଚନା ଦେଇଛନ୍ତି । ସ୍ଵର୍ଗତ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରୁ ୨୦୧୪ ମସିହାରେ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିଲେ । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ପରଲୋକରେ କଂଗ୍ରେସ ଦଳ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.