ଭୁବନେଶ୍ୱର: ଓଡ଼ିଶାର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ୍ ଏକ୍କା ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ମହିଳା ହକି ଅଲିମ୍ପିକ୍ସ ଦଳରେ ଦୀପଗ୍ରେସ୍ଙ୍କୁ ସୁଯୋଗ ମିଳିଛି । ତେବେ ତାଙ୍କୁ ଉପଅଧିନାୟିକା ନିଯୁକ୍ତ କରାଯିବା ପରେ ରାଜ୍ୟ ହକି କ୍ରୀଡ଼ା ମହଲରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନାନୁଯାୟୀ , ନୂଆ ଦାୟିତ୍ୱ ଟୋକିଓ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରେରଣା ଯୋଗାଇବ ବୋଲି ଦୀପଗ୍ରେସ୍ ପ୍ରକାଶ କରିଛନ୍ତି । ଦୀର୍ଘ ଏକଦଶନ୍ଧି ଧରି ସେ ଭାରତୀୟ ମହିଳା ଦଳର ପ୍ରମୁଖ ସଦସ୍ୟା ରହି ଆସିଛନ୍ତି ।