ଇଟା ଭାଟିରୁ ଉଦ୍ଧାର ହେଲା ହରିଣ

ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନୂଆସାହି ଇଟା ଭାଟିରୁ ଏକ ମାଈ ହରିଣ ଉଦ୍ଧାର କରାଯାଇଛି । ସିଟି ଫରେଷ୍ଟ ପକ୍ଷରୁ ହରିଣଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

କୁଆଖାଇ ନଦୀ ପଠା ହୋଇ ଏହି ହରିଣଟି ପୁରୀ ମେନ୍ କେନାଲରେ ପସି ନୂଆ ସାହି ଇଟା ଭାଟିରେ ବୁଲୁ ଥିଲା । ହରିଣଟି ବୁଲୁଥିବା ବେଳେ କୁକୁର ତାକୁ ଗୋଡାଇ ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ହରିଣଟିକୁ ସୁରକ୍ଷା ଦେବା ପାଇଁ ଯାଇ କାବୁ କରିଥିଲେ । ପରେ ସିଟି ଫରେଷ୍ଟକୁ ଖବର ଦେଇଥିଲେ ।

ସିଟି ଫରେଷ୍ଟ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଛନ୍ତି । ହରିଣର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଏହାକୁ ନନ୍ଦନକାନନରେ ଛଡାଯିବ ବୋଲି ବନ ଅଧିକାରୀ କହିଛନ୍ତି ।