ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ କୋରୋନା ଟେଷ୍ଟ ହେବ

ନୂଆଦିଲ୍ଲୀ,୯/୬:ଜ୍ଵର ଓ ଗଳା ଯନ୍ତ୍ରଣା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କରିବେ କୋଭିଡ-19 ପରୀକ୍ଷା । ଗତ ରବିବାର ଠାରୁ ସେ ଜ୍ବରରେ ପୀଡିତ ଅଛନ୍ତି । ନିଜକୁ ଆଇସୋଲେସନରେ ରଖିଛନ୍ତି ଦିଲ୍ଲୀ ସିଏମ । ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ଗତ ରବିବାର ଠାରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବା ସହ କାହାକୁ ଭେଟି ନଥିଲେ କେଜ୍ରିୱାଲ । ତେବେ ବିଗତ କିଛି ଦିନ ମୁଖ୍ୟମନ୍ତ୍ରୀ କେତେକ ବୈଠକରେ ଯୋଗ ଦେବାକୁ ସଚିବାଳୟକୁ ଯାଇଥିଲେ ।ରବିବାର ଅପରାହ୍ନରେ ଅନଲାଇନ ଯୋଗେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ, ସହର-ରାଜ୍ୟ ଖୋଲାଯିବା ସହ ଜୁନ ୮ରୁ ରେସ୍ତୋରାଁ, ମଲ, ଧର୍ମାନୁଷ୍ଠାନ ଖୋଲାଯିବ । ଏହା ସହିତ ସେ କହିଥିଲେ, ଦିଲ୍ଲୀରେ କେବଳ ଦିଲ୍ଲୀବାସୀଙ୍କୁ କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ ।ସୂଚନାଯୋଗ୍ୟ, ଲକଡାଉନ କୋହଳ ହେବା ପର ଠାରୁ ଦିଲ୍ଲୀରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ସୋମବାର ଗୋଟିଏ ଦିନରେ ୨୦୦୭ ଟି ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 0 ହଜାର ନିକଟରେ ପହଞ୍ଚିଛି ।