ରାତି ଅଧରେ ଥରିଲା ରାଜଧାନୀ : ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର

ନୂଆଦିଲ୍ଲୀ, ୨୩/୧୦ : ରାତି ଅଧରେ ଥରିଲା ରାଜଧାନୀ ଦିଲ୍ଲୀ । ପୋଲିସ ଗୁଳିରେ ଟଳିଲେ ୪ ଗ୍ୟାଙ୍ଗଷ୍ଟାର । ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍‌କାଉଣ୍ଟର । ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍‌କାଉଣ୍ଟର । ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଚାଲିଥିଲା ଅପରେସନ୍ । ଦୀର୍ଘଦିନ ଧରି ପୋଲିସ ଟାର୍ଗେଟ୍‌ରେ ଥିଲେ ୪ ଅପରାଧୀ । ‘ସିଗ୍‌ମା ଆଣ୍ଡ୍ କମ୍ପାନୀ’ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍ ଥିଲେ ଏମାନେ । ତେବେ ଆଗାମୀ ବିହାର ନିର୍ବାଚନରେ ଏହି ଗ୍ୟାଙ୍ଗ୍ ବିସ୍ଫୋରଣ ଯୋଜନା କରୁଥିବା ନେଇ ସୂଚନା ପାଇଥିଲା ପୋଲିସ । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ବୁଧବାର-ଗୁରୁବାର ରାତି ପ୍ରାୟ ୨.୨୦ରେ ହୋଇଥିବା ଏହି ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଗ୍ୟାଙ୍ଗ ଲିଡର ରଞ୍ଜନ ପାଠକ ମଧ୍ୟ ନିହତ ହୋଇଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ପୋଲିସର ପାଲଟା ଗୁଳି ଚାଳନାରେ ୪ ଅପରାଧିଙ୍କର ମୃତ୍ୟୁ ହୋଇଥିଲା । ଏନକାଉଣ୍ଟରରେ ନିହତ ୪ ଅପରାଧୀ ହେଉଛନ୍ତି ରଞ୍ଜନ ପାଠକ(୨୫), ବିମାଲେଶ ମହୋତ(୨୫), ମନୀଷ ପାଠକ(୩୩), ଅମନ ଠାକୁର(୨୧) । ଏହି ଚାରି ଜଣ ଅଭିଯୁକ୍ତଙ୍କ ନାଁରେ ବିହାରରେ ଅଭିଯୋଗ ରହିଛି । ଏହି ଗ୍ୟାଙ୍ଗ ‘ସିଗ୍ମା ଆଣ୍ଡ କମ୍ପାନୀ’ ନାମରେ କୁଖ୍ୟାତ ଥିଲା ଏବଂ ଏହାର ନେତା ଥିଲେ ରଞ୍ଜନ ପାଠକ। ଅନେକ ଦିନ ଧରି ଏମାନେ ଫେରାର ଥିଲେ । ତେବେ ଅମନ ଠାକୁରଙ୍କୁ ଛାଡିଦେଲେ, ତିନି ଜଣ ଗ୍ୟାଙ୍ଗଷ୍ଟର ବିହାରର ସୀତାମାଢ଼ିର ଥିଲେ । କିନ୍ତୁ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ଥିଲେ। କୁହାଯାଉଛି ଯେ, ଏହି ଚାରି ଜଣ ବିହାର ନିର୍ବାଚନ ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ର କରିବାକୁ ଯୋଜନା କରୁଥିଲେ ।

SBI_Festive_Digital Billboard