ଦିଲ୍ଲୀରେ ଲାଗୁ ହେଲା ଓଡ଼ିଶା ଫର୍ମୁଲା : ୫୧ ଲକ୍ଷ ଲୋକଙ୍କ ଲାଗି ଜାରି ହେଲା ଆୟୁଷ୍ମାନ କାର୍ଡ

0

ନୂଆଦିଲ୍ଲୀ, ୧୪/୦୨ : ଦିଲ୍ଲୀରେ ଲାଗୁ ହେଲା ଓଡ଼ିଶା ଫର୍ମୁଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ, ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ହଟାଇ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲା । ଏବେ ଓଡ଼ିଶା ପରେ ଦିଲ୍ଲୀରେ ମଧ୍ୟ ସେହିଭଳି ଭାବେ ମୋହଲା କ୍ଲିନିକକୁ ହଟାଇ ଏହାକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ପରିବର୍ତ୍ତନ କରିପାରେ ବୋଲି ସୂଚନା ମିଳିଛି । ଏଥିସହ ଦିଲ୍ଲୀରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଇପାରେ ବୋଲି ସୂଚନା ମିଳିଛି । ରାଜଧାନୀ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତରେ ଯୋଡାଯାଇପାରେ । ତେବେ ଯଦି ମହଲା କ୍ଲିନିକ୍‌ଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରାଯାଏ, ତେବେ ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ। ଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଡ ୫୧ ଲକ୍ଷ ଲୋକଙ୍କୁ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଦିଲ୍ଲୀରେ ମୋହଲା କ୍ଲିନିକ୍‌ରେ ଦୁର୍ନୀତି ଅଭିଯୋଗ ନେଇ ସରକାର ବହୁତ ଚିନ୍ତିତ। ଦିଲ୍ଲୀର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୋହଲା କ୍ଲିନିକ୍‌ ଗୁଡ଼ିକର ସ୍ଥିତି ଏବଂ ଏଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରାଯାଇପାରିବ କି ନାହିଁ ସେ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯିବ।

Leave A Reply

Your email address will not be published.