ସାବଧାନ : ଡେଙ୍ଗୁ ମଶା କାମୁଡିବା ପରେ ଦେଖାଯାଏ ଏହି ୫ ଲକ୍ଷଣ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ସଠିକ୍‌ ସମୟାନୁସାରେ ଚିହ୍ନଟ କରି ଡେଙ୍ଗୁର ଚିକିତ୍ସା କରାଇବା ନିତାନ୍ତ ଜରୁରୀ । ନଚେତ୍‌ ଜୀବନ ମଧ୍ୟ ଚାଲି ଯାଇପାରେ । ତେବେ ଡେଙ୍ଗୁ ମଶା କାମୁଡିବା ପରେ ଏପରି କିଛି ଲକ୍ଷଣ ଦେଖାଯାଏ, ଯାହାକୁ ସାଧାରଣତଃ ଅନେକ ସମୟରେ ଲୋକେ ଅଣଦେଖା କରନ୍ତି । ଯାହା ଜୀବନକୁ ନିଶ୍ଚିତ ବିପଦରେ ପକାଇଥାଏ । ପାଗରେ ପରିବର୍ତ୍ତନ, ବର୍ଷା ପରେ ଡେଙ୍ଗୁର ପ୍ରକୋପ ଅଧିକ ଥାଏ । ତେବେ ଏହି ଲକ୍ଷଣ ପ୍ରତି ଦିଅନ୍ତୁ ଧ୍ୟାନ..

ଡେଙ୍ଗୁ ମଶା କାମୁଡିବାର ୩ ରୁ ୭ ଦିନ ମଧ୍ୟରେ କିଛି ଲକ୍ଷଣ ଦେଖାଯାଏ ।

ଯେପରି କି ହଠାତ୍‌ ଜୋର୍‌ରେ ଜ୍ୱର ହେବା ।

ଅତ୍ୟଧିକ ମୁଣ୍ଡ ବିନ୍ଧା, ଆଖି ନିକଟରେ ଯନ୍ତ୍ରଣା ଅନୁଭବ ହେବା ଡେଙ୍ଗୁ ହେବାର ଲକ୍ଷଣ ।

ଶରୀର, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ବ୍ୟଥା, ଦୁର୍ବଳ ଅନୁଭବ ହେବା, ଜ୍ୱର ହେବାର ୨ ରୁ ୫ ଦିନ ମଧ୍ୟରେ ଶରୀରରେ ଲାଲ ଲାଲ ଦାଗ ହେବା ଅର୍ଥାତ୍‌ ଆପଣଙ୍କୁ ଡେଙ୍ଗୁ  ମଶା କାମୁଡିଛି ।

ଏହା ବ୍ୟତୀତ ବାନ୍ତି ହେବା, ଭୋକ କମ୍‌ ହେବା ଦ୍ୱାରା ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।