ବାନ୍ଧବୀଙ୍କ ସହ ପ୍ରେମରେ ପଡ଼ିଲେ ପତ୍ନୀ: ଏବେ ଗୋଟିଏ ଛାତତଳେ ରହୁଛନ୍ତି ପତି-ପତ୍ନୀ ଓ ସେ

ପ୍ରେମ, ସମଲିଙ୍ଗୀ ପ୍ରେମ, ବିବାହ ପରେ ପ୍ରେମ ଆଦି ଆଜିକାଲି ସମାଜ ପାଇଁ ଏକ ସାଧାରଣ କଥା । ଏବେ ପତି-ପତ୍ନୀ ଓ ଜଣେ ମହିଳା ଦାନ୍ତ ଡାକ୍ତରଙ୍କ ସଂପର୍କ ଖୁବ୍ ଚର୍ଚ୍ଚାରେ ରହିଛି । ମହିଳା ଡେଣ୍ଟିଷ୍ଟଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । କିପରି ମହିଳା ଦାନ୍ତ ଡାକ୍ତର ଜଣକ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ଏକ ତିନି ଜଣିଆ ସମ୍ପର୍କରେ ବାନ୍ଧି ହୋଇଛନ୍ତି ।

ଜାଣିବାକୁ ମିଳିଛି ଯେ ଏହି ଡାକ୍ତରଙ୍କ ନାମ ମିସେସ୍ ମାର୍ଟିନେଜ୍ ସରସୋଲା । ସେ ଆମେରିକାର ବାସିନ୍ଦା । ସେ ନିଜେ ଜଣେ ମହିଳା ହୋଇ ମଧ୍ୟ ତାଙ୍କର ଜଣେ ମହିଳାଙ୍କ (ମହିଳା ଜଣକ ତାଙ୍କ ବାନ୍ଧବୀ) ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ତାଙ୍କ ନିଜ ପରି ଉକ୍ତ ମହିଳା ଜଣକ ବି ବିବାହିତ ଥିଲେ । ମାତ୍ର ଫରକ ଏତିକି ଥିଲା ଯେ ମିର୍ଟିନେଜ୍ ନିଜ ପତିଙ୍କୁ ଛାଡ଼ପତ୍ର ଦେଇ ସାରିଥିଲେ । ହେଲେ ତାଙ୍କର ଯେଉଁ ମହିଳାଙ୍କ ପ୍ରତି ଆକର୍ଷଣ ଆସିଲା ସେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ବେଶ୍ ଖୁସିରେ ଥିଲେ ।

୨୦୨୦ ମସିହାରେ ତାଙ୍କ ବିବାହ ଭାଙ୍ଗିଯିବା ପରେ ସେ ତାଙ୍କ ବାନ୍ଧବୀ ବେକିଙ୍କଠାରୁ ସହାୟତା ନେଇଥିଲେ । ମାତ୍ର କିଛି ଦିନ ପରେ ତାଙ୍କ ବନ୍ଧୁତ୍ୱ ଆହୁରି ଟିକେ ଆଗକୁ ବଢ଼ିଗଲା । ସେମାନେ ଆଉ ବନ୍ଧୁ ହୋଇନଥିଲେ । ପରସ୍ପରଙ୍କ ପ୍ରତି ନିବିଡ଼ତା ବଢ଼ି ସାରିଥିଲା । ଶେଷରେ ବେକି ଏ ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିଲେ ଓ ଏବେ ତିନିହେଁ ଯାକ ମିଶିକରି ଗୋଟାଏ ଛାତ ତଳେ ରହୁଛନ୍ତି । ମିସେସ୍ ମାର୍ଟିନେଜ୍ ସରସୋଲାଙ୍କର ୩ ପିଲା ଥିବା ବେଳେ ବେକି ଓ ତାଙ୍କ ସ୍ୱାମୀଙ୍କର ୨ ପିଲା ଅଛନ୍ତି । ସେମାନେ ସମସ୍ତେ ଏକାଠି ରହୁଛନ୍ତି ।

SBI_Festive_Digital Billboard