ଭୁବନେଶ୍ୱର,୨୬/୧୧: ମାଲାକ୍କା ଉପରେ ମଙ୍ଗଳବାର ଏକ ଅବପାତ ସୃଷ୍ଟି ହୋଇଛି । ଆଜି ଏହା ତୀବ୍ର ଅବପାତରେ ପରିଣତ ହୋଇପାରେ । ଏହା ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଆକଳନ କରିଛି । କିନ୍ତୁ ଏହା ବାତ୍ୟା ରୂପ ନେବ କି ନାହିଁ ସେ ନେଇ ଆଇଏମ୍ଡି କୌଣସି ପୂର୍ବାନୁମାନ କରିନି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । ୨୭ ତାରିଖ ସୁଦ୍ଧା ଅବପାତ ରୂପ ନେବ ବୋଲି ଆଇଏମ୍ଡି କହିଛି । ଆସନ୍ତା ୨ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ରାତି ତାପମାତ୍ରା କମିବା ଯୋଗୁ କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହୋଇପାରେ ।