ନୂଆଦିଲ୍ଲୀ, ୩୦/୦୭ : ପୁଣି ଏକ ବୋଇଂ ବିମାନରେ ନିଆଁ । ଜରୁରୀ ଅବତରଣ କଲା ବିମାନ । ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରରେ ଅବତରଣ କରିଛି । ସମସ୍ତ ଯାତ୍ରୀଙ୍କୁ ଆପତ୍ତକାଳୀନ ଦ୍ବାର ଦେଇ ସୁରକ୍ଷିତ ଉଦ୍ଧାର କରାଯାଇଛି । ତୁର୍କୀ ଏୟାରଲାଇନ୍ସର ବୋଇଂ ୭୭୭ର ଲାଣ୍ଡିଂ ଗିୟରରେ ଧୂଆଁ ଦେଖାଯିବା ଯୋଗୁଁ ବିମାନଟି ଜରୁରୀ ଅବତରଣ କରିଥିଲା । ତୁର୍କୀର ଆଣ୍ଟାଲିଆ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନରେ ଧୂଆଁ ଦେଖାଯାଇଥିଲା । ତୁର୍କୀ ଏୟାରଲାଇନ୍ସର ସିନିୟର ଭାଇସ୍ ପ୍ରେସିଡେଣ୍ଟ କମ୍ୟୁନିକେସନ୍ସ ୟାହ୍ୟା ଉଷ୍ଟୁନ୍ ତାଙ୍କ X ହ୍ୟାଣ୍ଡେଲରେ ତୁର୍କୀ ଭାଷାରେ ଲେଖିଛନ୍ତି, “TC-LKF ଭାବରେ ପଞ୍ଜୀକୃତ ଆମର ବୋଇଂ ୭୭୭ ବିମାନର ସାଧାରଣ ଅବତରଣ ପରେ, ଇସ୍ତାନବୁଲରୁ ଆଣ୍ଟାଲିଆକୁ TK2430 ଉଡ଼ାଣ ଭରୁଥିବା ବେଳେ ଟ୍ୟାକ୍ସିୱେରେ ଲ୍ୟାଣ୍ଡିଂ ଗିଅରରୁ ଧୂଆଁ ଦେଖାଯାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କୁ ସ୍ଲାଇଡ ବ୍ୟବହାର କରି ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
