ଦେବଦାସ ଛୋଟରାୟ ପାଇଲେ ୪୬ତମ ଶାରଳା ପୁରସ୍କାର

ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ

ଭୁବନେଶ୍ୱର,୨୭/୧୦ : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି। ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ପ୍ରଫେସର ସବିତା ସିଂହ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କବି କଥାଶିଳ୍ପୀ ସ୍ତମ୍ଭକାର ଲେଖକ ସମାଜକୁ ଗଢନ୍ତି , ପରିବେଶକୁ ବହୁଳ ଭାବରେ ଆହ୍ବାନ ଦେବାରେ ଅବଦାନ ଅତନ୍ତ୍ୟ ଅନନ୍ୟ । ନିଆରା ଉପସ୍ଥାପନା ଶୈଳୀର ରାଜା ଦେବଦାସ ଛୋଟରାୟଙ୍କୁ ଶାରଳା ପୁରସ୍କାର ପ୍ରଦାନ କରିଛନ୍ତି ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ ଇମ୍ପାକ୍ଟ ।

ସେହିପରି ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବର୍ଷିୟାନ୍‍ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ରାମହରି ଦାସ ଏବଂ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥାଙ୍କୁ ଅଢ଼େଇଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି।

ଶାରଳା ପୁରସ୍କାର ବିଜେତା ଶ୍ରୀ ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସେ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି। ପୁରସ୍କୃତ ଗଳ୍ପ ସଂକଳନରେ ସେ ଜୀବନର ଅନେକ ସାଧାରଣ ତତ୍ତ୍ୱକୁ ଅସାଧାରଣ ଉଚ୍ଚତାକୁ ନେଇପାରିଛନ୍ତି, ଯାହା କେବଳ ସୁଖପାଠ୍ୟ ନୁହେଁ, ଶିକ୍ଷଣୀୟ ଓ ଅନୁକରଣୀୟ ମଧ୍ୟ। ଓଡ଼ିଆ ଭାଷା-ସାହିତ୍ୟର ସମୂହ ବିକାଶ ଓ ସମୃଦ୍ଧି ପାଇଁ ଆଜିକୁ ଚାରି ଦଶନ୍ଧି ତଳେ ଡ. ବଂଶୀଧର ପଣ୍ଡା ଓ ଇଲା ପଣ୍ଡା ‘ଶାରଳା ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ। ଓଡ଼ିଶାର କଳା-ସାହିତ୍ୟକୁ ଏକ ସମ୍ମାନଜନକ ଉଚ୍ଚତାକୁ ନେବା ଦିଗରେ ଏହି ପୁରସ୍କାର ଓଡ଼ିଆ ଅସ୍ମିତାକୁ ପ୍ରତିପାଦିତ କରିଛି ।

SBI_Festive_Digital Billboard