ପ୍ରଭୁ ଧବଳେଶ୍ୱରଙ୍କ ଝୁଲାପୋଲର ମରାମତି ଆରମ୍ଭ

କଟକ : ମହାନଦୀରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲାସେତୁର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୋମନାଥ ପରିଡା, ନିର୍ବାହୀ ଯନ୍ତ୍ରୀ ଡଃ ଅଜୟ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ସ୍ୱତନ୍ତ୍ର ଦକ୍ଷତାପ୍ରାପ୍ତ କୁଶଳୀ କର୍ମଚାରୀମାନେ ଝୁଲାସେତୁ ଦୁର୍ବଳ ସ୍ଥାନମାନଙ୍କୁ ନିରୀକ୍ଷଣ କରିବାସହିତ ମରାମତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଝୁଲାସେତୁର ତାର(ଷ୍ଟେ)କୁ ଭିଡି ରଖିଥିବା ଖମ୍ବ,କଳଙ୍କି ଲାଗିଥିବା ସ୍ଥାନ ଆଦିକୁ ତନ୍ନ ତନ୍ନ କରି ଦେଖି ଏହାର ମରାମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ କାର୍ଯ୍ୟାରମ୍ଭ କରିଛନ୍ତି।

SBI AD