ଧାମରା,୧୨ /୨ : ଧାମରାକୁ ମାଷ୍ଟର ପ୍ଲାନିଂ ଅର୍ନ୍ତଭୁକ୍ତ କରାଯିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସ୍ପେଶାଲ ଟାଉନ ପ୍ଲାନିଂ ଅଫିସର ଅଭୟ କୁମାର ଦାସଙ୍କ ପୌରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସବ କଲେକ୍ଟର ଅରୁଣ ପଟନାୟକ ଏହି ବୈଠକରେ ଯୋଗ ଦେଇଥିଲେ। ୫୭ଟି ରାଜସ୍ୱ ଗ୍ରାମକୁ ନେଇ ଏହି ଟାଉନ ପ୍ଲାନିଂ କରାଯିବା ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ଜଳ ନିଷ୍କାସନ(ଡ୍ରେନେଜ), ବିଦ୍ୟୁତ, ପରିବହନ ବ୍ୟବସ୍ଥାକୁ କିପରି ତ୍ୱରାିନ୍ୱିତ କରାଗଲେ ସେଥିରୁ ସୁଫଳ ମିଳିପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ସରକାର ଏହି ବାସ୍ତବ ଚିତ୍ରକୁ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଉପସ୍ଥିତ ଥିବା ଜନ ପ୍ରତିନିଧି ମତ ପୋଷଣ କରିଥିଲେ। ଧାମରା ରେ ଥିବା ପ୍ରତିଷ୍ଠାତ୍ରୀ ଦେବୀ ମାଆ ଧାମରାଇଙ୍କ ମନ୍ଦିର ନିକଟରେ ଏକ ପର୍ଯ୍ୟଟନ ସ୍ଥଳ ସୃଷ୍ଟି କରାଗଲେ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବାକୁ ଥିବା ଗହୀରମଥା, ଅଲିଭରିଡଲେ କଇଁଛଙ୍କ ଏନ୍ତୁଡି ଶାଳ ବାବୁବାଲି, ଧାମରା ବନ୍ଦର ବୁଲିବାକୁ ସୁବିଧା ସୃଷ୍ଟି ହୋଇ ପାରିବ ବୋଲି ଉପସ୍ଥିତ ଥିବା ବ୍ୟକ୍ତି ପ୍ରସ୍ଥାବ ଆଗତ କରିଥିଲେ।