ଆଜି ଠାରୁ ସ୍ବାଭାବିକ ହେବ ଧାନମଣ୍ଡି

ଭୁବନେଶ୍ୱର, ୦୮/୦୧ : ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସେ କହିଛନ୍ତି ଯେ, ୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆମେ ଆନ୍ଦୋଳରୁ ଓହିରିଗଲୁ । ଯଦି ୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ବୈଠକ କରି ନିଷ୍ପତ୍ତି ନେବୁ । ଆମର ଆଶା ସରକାର ଦାବି ପୂରଣ କରିବେ । ୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରିଛନ୍ତି ବୋଲି ମିଲର୍ସ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।