ଭୁବନେଶ୍ୱର, ୨୫/୧୧ : ବରଗଡ଼ ଜିଲ୍ଳା ଧନୁଯାତ୍ରା ପାଇଁ ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ , ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ବରଗଡ଼ ଜିଲ୍ଳାପାଳ ଓ ଏସପିଙ୍କ ଉପସ୍ଥିତିରେ ଏହା କରାଯାଇଛି। ୭୮ ତମ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହି ସମୟରେ ବରଗଡ଼ ପାଲଟିବ ମଥୁରା ନଗରୀ। ବରଗଡ଼ର ଅମାପାଲି ପାଲଟିବ ଗୋପପୁର। ବରଗଡ଼ ଓ ଅମାପାଲି ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଯମୁନା ପାଲଟିବ। ଯମୁନା କୂଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ଜମିବ ଗହଳି।