ମହାନଦୀ ପ୍ରସଙ୍ଗରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼ । ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର ବୋଲି କହିଛନ୍ତି ପ୍ରଧାନ ।ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ ମୁଣ୍ଡକୁ ପାଣି ଆସୁନି। ତେବେ ଛତିଶଗଡ଼ ସରକାର ଉପରେ ଚାପ ପକାଇ ଆମେ ପାଣି ଛଡାଇ ଆଣିବା ଦରକାର।
ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ ,ତଥା ଓଡ଼ିଶାର ସ୍ୱାର୍ଥ ସହିତ ଆଦୌ ସାଲିସ କରାଯିବ ନାହିଁ ବୋଲି ମଧ୍ୟ ଧର୍ମେନ୍ଦ୍ର କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ରାଜନୀତିର ଦଳ ଚକଟା ଭିତରେ କେଉଁ ପାଣି କୁଆଡେ ଯାଉଛି ।

SBI AD
Leave A Reply

Your email address will not be published.