ଭୁବନେଶ୍ୱର: ଭିଜିଲାନ୍ସ୍ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୋକବାର୍ତ୍ତାରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, ସ୍ୱର୍ଗତ ପାଣିଗ୍ରାହୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ହରାଇଲା । ତାଙ୍କ ସ୍ଥାନ ଅପୂରଣୀୟ ସ୍ୱର୍ଗତ ପାଣିଗ୍ରାହୀଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।
ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଡିଜିପି ଶୋକ ପ୍ରକାଶ କରିଛନ୍ତି। ଡିଜିପି ଟ୍ଵିଟ୍ କରି କହିଛନ୍ତି ଯେ, ଆମେ ପ୍ରିୟ ଦେବାଶିଷ ପାଣିଗ୍ରାହୀଙ୍କୁ ହରାଇଛୁ। “ସେ ଜଣେ ଉଲ୍ଲେଖନୀୟ ପୋଲିସ ଅଧିକାରୀ। ଏହାସହ ଜଣେ ସଫଳ ଲେଖକ, ଜଣେ ଦୟାଳୁ ମଣିଷ ଓ ପ୍ରିୟ ବନ୍ଧୁ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ସମୟାନୁବର୍ତ୍ତିତା ଓ ନେତୃତ୍ଵ ପାଇଁ ସବୁବେଳେ ମନେ ରହିବେ।