ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ କଲା ଧୁରନ୍ଧର 2

ନୂଆଦିଲ୍ଲୀ, ୨୦/୦୩ : ସାରା ବିଶ୍ୱରେ ଚହଳ ପକାଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର: ଦ ରିଭେଞ୍ଜ । ଏହି ଫିଲ୍ମର ପ୍ରଥମ ଦିନର କଲେକ୍ସନ ଇତିହାସ ସୃଷ୍ଟି କରିଛି । ଲୋକମାନେ ଫିଲ୍ମର ଗୀତ ଏବଂ ରଣବୀର ସିଂଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଧୁରନ୍ଧର 2 କୁ ନେଇ ଚର୍ଚ୍ଚା ଜୋର ଧରିଛି । ଥିଏଟରଗୁଡ଼ିକ ଫୁଲ୍ ରହୁଛି । ଖାସ୍ କଥା ହେଉଛି, ବୁକ୍ ମାଏ ସୋ’ରେ ପ୍ରତି ଘଣ୍ଟାରେ ୭୦ ହଜାରରୁ ଅଧିକ ଟିକେଟ ବୁକ୍ ହେଉଛି । ଆଡଭାନ୍ସ ବୁକିଂ ନମ୍ବରକୁ ଦେଖିଲେ ଫିଲ୍ମଟି ପ୍ରଥମ ଦିନରେ ସାରା ବିଶ୍ୱରେ ୨୦୦ କୋଟି ରୋଜଗାର କରିବାକୁ ପ୍ରସ୍ତୁତ । ସେଲିବ୍ରିଟି ଏବଂ ସମସ୍ତ ଫ୍ୟାନ୍ସ ଉଭୟ ଫିଲ୍ମକୁ ପ୍ରଶଂସା କରିଛନ୍ତି । ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ “ଧୁରନ୍ଧର 2” ଥିଏଟରରେ ହଇଚଇ ସୃଷ୍ଟି କରିଛି । “ଧୁରନ୍ଧର 2” ପାଇଁ କ୍ରେଜ୍ କେତେ ଅଧିକ ରହିଛି ତାହା ବକ୍ସ ଅଫିସ ଦେଖିଲେ ଆପଣ ନିଜେ ଜାଣିପାରିବେ । ଫିଲ୍ମଟି ୨୪ ଘଣ୍ଟା ମଧ୍ୟରେ ୧୦୦ କୋଟିରୁ ଅଧିକ ନେଟ୍ କଲେକ୍ସନ କରିଛି । ପେଡ୍ ପ୍ରିଭ୍ୟୁ ଶୋରୁ ୪୩ କୋଟି ଏବଂ ପ୍ରଥମ ଦିନ ପ୍ରାୟ ୬୫ କୋଟିକୁ ମିଶାଇ, “ଧୁରନ୍ଧର: ଦି ରିଭେଞ୍ଜ” ୧୦୮ କୋଟି ଅତିକ୍ରମ କରିଛି । ଧୁରନ୍ଧର 2 ହିନ୍ଦୀ, କନ୍ନଡ, ମାଲାୟଲମ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଛି । କିନ୍ତୁ ଏହି ଚଳଚ୍ଚିତ୍ରଟି କେବଳ ହିନ୍ଦୀରେ ଭଲ ପ୍ରଦର୍ଶନ କରିଛି । ଧୁରନ୍ଧର 2 ବଲିଉଡର ବଡ଼ ବଡ଼ ଫିଲ୍ମର ରେକର୍ଡକୁ ଭାଙ୍ଗିଛି । ଏହା ଏବେ ବଲିଉଡ ଇତିହାସରେ ସବୁଠାରୁ ବଡ଼ ଓପନିଂ ଫିଲ୍ମ ପାଲଟିଛି । ଭାରତୀୟ ସିନେମା ଦୃଷ୍ଟିରୁ ଧୁରନ୍ଧର 2ର ଓପନିଂ, ‘ବାହୁବଳୀ 2’ ଏବଂ ‘RRR’କୁ ପଛରେ ପକାଇଛି । “ପୁଷ୍ପା 2” ପରେ ଏହା ଏବେ ଭାରତର ଦ୍ୱିତୀୟ ସର୍ବାଧିକ ଓପନିଂ ଫିଲ୍ମ ।