ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି : ୨ ମୃତ, ୫୦୦ ଆକ୍ରାନ୍ତ

0

ଭୁବନେଶ୍ୱର, ୧୧/୦୬ : ଯାଜପୁରରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଉ କିଛି ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦାନଗଦି ବ୍ଲକ ତକାଇଲୋ ଗାଁର ୬୨ ବର୍ଷୀୟ ସୁଦର୍ଶନ ପାତ୍ର ଓ ବ୍ୟାସନଗର ଶର୍ମା କଲୋନୀର ୬୫ ବର୍ଷୀୟ ତୁଳାରାମ ଶର୍ମାଙ୍କ ଜୀବନ ଯାଇଛି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକ୍‌ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରୋଗୀଙ୍କ ସଂଖା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାକୁ ନେଇ ଜିଲ୍ଲାରେ ଭୟ ବଢୁଥିବା ବେଳେ ଯାଜପୁର ଜିଲ୍ଲାପାଳ ନିଜେ ଗତକାଲି ପରିସ୍ଥିତିର ସମୀକ୍ଷା କରିଥିଲେ ହସ୍ପିଟାଲରେ ଅତିରିକ୍ତ ଡାକ୍ତର ମୁତୟନ କରିବା ସହ ଏବଂ ମେଡିସିନ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.