ପୁରୀରେ ହେବ ଡିଜିଟାଲ ଲାଇବ୍ରେରି : ଶ୍ରୀମନ୍ଦିରର କାଳଜୟୀ ଐତିହ୍ୟ ରହିବ ସୁରକ୍ଷିତ

ଭୁବନେଶ୍ବର : ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ପୁରୀରେ ଏକ ଡିଜିଟାଲ ଲାଇବ୍ରେରି ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅନନ୍ୟ ପଦକ୍ଷେପ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

SBI_Festive_Digital Billboard