ନୂଆଦିଲ୍ଲୀ,୬/୧୦: ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସଂକ୍ରାନ୍ତ ଏକ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ଅଦାଲତ ଆଜି ଦୋଷୀ ସାବ୍ୟସ୍ତ କରିଛି । ସ୍ୱତନ୍ତ୍ର ଅଦାଲତ ବିଚାରପତି ଭରତ ପରାଶର ଅଟଳ ବିହାରୀ ବାଜପେୟୀ ସରକାରରେ ତତ୍କାଳୀନ କୋଇଲା ମନ୍ତ୍ରୀ ଶ୍ରୀ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହା ସହ ଅଦାଲତ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଦୁଇ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସହ କାଷ୍ଟ୍ରନ ଟେକନୋଲୋଜି ଲିଃ (ସିଟିଏଲ୍), ଏହାର ନିର୍ଦେଶକ ମହେନ୍ଦ୍ରକୁମାର ଅଗ୍ରୱାଲ ଓ କାଷ୍ଟ୍ରନ ମାଇନିଂ ଲିଃକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରଛନ୍ତି । ତେବେ ଏହି ମାମଲାର ଦଣ୍ଡବିଧାନ ତାରିଖ ଆସନ୍ତା ଅକ୍ଟୋବର ୧୪ ଧାର୍ଯ୍ୟ ହୋଇଛି ।