ଘାଟିରେ ଓଲଟିଲା ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ ‘ଦିଲଖୁସ୍’

ନବରଙ୍ଗପୁର, ୧୩/୧ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଆଜି ଭୋର ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ‘ଦିଲଖୁସ୍’ ନାମକ ଏକ ଘରୋଇ ବସ (ନମ୍ବର ଓଡି୦୨ଓଏସ୫୦୯୭) ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ିର ହେଲପର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ସମସ୍ତ ଯାତ୍ରୀ ଅଳ୍ପେକ ବର୍ତ୍ତିଯାଇଛନ୍ତି।

ଘଟଣା ବିଷୟରେ ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଆମପାଣି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।