୧୩୫ନଂ ବୁଥରେ ‘ଦିନ ଦୟାଲ ଉପାଧ୍ୟାୟ’ଙ୍କ ଜନ୍ମ ଜୟନ୍ତୀ ପାଳିତ

ମହାକାଳପଡ଼ା,୨୫/୯ : ( ଅରକ୍ଷିତ ନାଥ ) – ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ଅଧୀନ ସ୍ଥାନୀୟ ବ୍ଲକର ବଡକୁଳ ପଂଚାୟତସ୍ଥ ୧୩୫ନଂ ବୁଥ ଆଇତି ପୁର ଠାରେ ରାଷ୍ଟ୍ରର ଜନ ନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟlୟଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଧୁମ ଧାମରେ ପାଳିତ ହୋଇଯାଇଛି l ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଜୟନ୍ତୀ ଉତ୍ସବକୁ ଆସିବା ବାଟରେ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ଆଣି ସ୍ୱାଗତ ସମ୍ବର୍ଦ୍ଧନାରେ ପାଛୋଟି ଆଣିଥିଲେ l ପ୍ରଥମେ ସେବା ପକ୍ଷ ଉପଲକ୍ଷେ ଗ୍ରାମସ୍ଥ ହରଚଣ୍ଡୀ ପୀଠରେ ସଫେଇ ଓ ବୃକ୍ଷରୋପଣ ସାରିବା ପରେ ଜନ୍ମ ଜୟନ୍ତୀ ଉତ୍ସବ ରେ ଯୋଗ ଦେଇଥିଲେ ବିଧାୟକ l କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡକୁଳ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପରମିତା କର, ପୂର୍ବତନ ସମିତି ସଭ୍ୟ ବିପିନ ସ୍ୱାଇଁ, ବୁଥ ସଭାପତି ନିର୍ମଳ ସାହୁ, ବିକ୍ରମ ସାହୁ ଓ ଜୀବନ ସାହୁ ଆଦି ମଂଚାସୀନ ଥିଲେ l ମଂଚାସୀନ ବ୍ୟକ୍ତିମାନେ ପଣ୍ଡିତଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅଭିଭାଷଣ ରଖିଥିଲେ l

ଏହି ସମୟରେ ସ୍ଥାନୀୟ ବିଧାୟକଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ସୁଦୂର ପଶ୍ଚିମ ବଙ୍ଗଳା ର ବିଧାୟକ ଶୀତଳ କବାଚୀ କାର୍ଯ୍ୟକ୍ରମ ସ୍ଥଳୀରେ ପହଂଚିବାରୁ ସଭିଏଁ ଖୁସିରେ ଅତିଥିଙ୍କୁ ମଞ୍ଚାକୁ ସ୍ୱାଗତ କରିଥିଲେ l ମଂଚାସୀନ ହେବା ପରେ ବିଧାୟକ କବାଚୀ ଜନସଂଘର ସ୍ରଷ୍ଟା ପଣ୍ଡିତଜୀଙ୍କ ଦିବସରେ ସଭିଏଁ କିଭଳି ଶ୍ରେଷ୍ଠ ରାଷ୍ଟ୍ର ଗଠନରେ ସହାୟ ହେବେ ସେନେଇ ସଂକଳ୍ପିତ ହେବାକୁ କହିଥିଲେ l ବିଧାୟକ ଶ୍ରୀ ନାୟକ ଶୋଭାଯାତ୍ରାରେ ଯିବା ବାଟରେ ଗାଁ ପୁଅ ହିସାବରେ ଲୋକେ ନିଜ ନିଜର ହାରି ଗୁହାରି ଜଣାଇଥିଲେ l ଯାହା ନେଇ ମୁଖ୍ୟ ଅତିଥି ମଂଚାସୀନ ହୋଇ ଅଭିଭାଷଣ ସମୟରେ ବେଶ ଖୁସି ବ୍ୟକ୍ତ କରିଥିଲେ l ଆହୁରି ମଧ୍ୟ ଆଗାମୀ ଦିନରେ ଗାଁ ପୁଅର ହାତ ମୁଠା ଟାଣ କରିବା ପାଇଁ ମା ଭଉଣୀ ମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l ସୁସ୍ଥ,ସମୃଦ୍ଧ ଉନ୍ନତିଶୀଳ ରାଷ୍ଟ୍ର ଗଠନ ଦିଗରେ ସଭିଏଁ ବ୍ରତୀ ହେବାକୁ ବିଧାୟକ ଶ୍ରୀ ନାୟକ ସଭାକୁ ଉଦବୋଧନ ଦେଇଥିଲେ l

 

 

 

SBI_Festive_Digital Billboard