ବୌଦ୍ଧ ୨୯/୦୩ : ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଦୁବୃତମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି । ୪/୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଦୁଇଟି ଗୁଳି ଗାଡ଼ିରେ ବାଜିଛି। ଏଥିରେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବୌଦ୍ଧ ରେଞ୍ଜ ଅଧୀନ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ବଘିଆପଡ଼ା ନିକଟ ଖଲିଆପାଲି ଜଙ୍ଗଲ ରାସ୍ତାରେ ରାତି ପ୍ରାୟ ଦେଢ଼ଟା ବେଳେ ହଠାତ୍ ଗୁଳି ଫୁଟିଥିଲା। ପଛପଟରୁ ଆକ୍ରମଣ କରାଯାଇଥିଲା। ୪/୫ ରାଉଣ୍ଡ ଗୁଳି ଫୁଟିଥିବା ଅନୁମାନ କରାଯାଉଛି। ସେଥିମଧ୍ୟରୁ ଦୁଇଟି ଗୁଳି ଏସିଏଫଙ୍କ ସ୍ପର୍ପିଓ(ଓଡି-୨୭-ଏ-୨୭ଏ ୨୩୭୭)ରେ ବାଜିଛି। ପଛ କାଚର ଡାହାଣ ପଟରେ ବାଜିଥିବା ଗୁଳି ପଛ ସିଟରେ ବସିଥିବା ୱାଚର୍ ନିଳାଞ୍ଚଳ ପ୍ରଧାନ(୨୯)ଙ୍କ ଡାହାଣ କାନ୍ଧରେ ବାଜିଛି। ପଛ ସିଟରେ ବସିଥିବା ୱାଚର ନବ କୁମାର ସାହୁ(୨୩) ନଇଁ ପଡ଼ିବାରୁ ଗୁଳିଟି ତାଙ୍କ ପିଠିରେ ଘସି ହୋଇ ଯାଇଛି।
