ଟ୍ରାଭେଲର୍ ସହ ହାଇୱା ଧକ୍କା : ୩ ଗୁରୁତର

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ଆର୍ସନେଲ ମିତ୍ତଲ ଖଣି କର୍ମଚାରୀମାନଙ୍କୁ ନେଇ ଯାଉଥିବା ଟ୍ରାଭେଲରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାଭେଲର୍‌ରେ ଏକ ହାଇୱା ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି। ଆହତ ହୋଇଥିବା ସମୁଦାୟ ୭ ଜଣ କର୍ମଚାରୀଙ୍କୁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ହାଇୱା ଚାଳକ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି।

azକୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହ ସେମାନଙ୍କର ପରିଚୟ ଗୋପନ ରଖି ସମସ୍ତ ଗୁରୁତରମାନଙ୍କୁ କୋଇଡା ଥାନାରେ ନ ଜଣାଇ ଜୋଡା ଟିସ୍କୋ ମେଡିକାଲ୍ ନିଆଯାଇଥିବା ସୂଚନା ରହିଛି।

SBI AD