ନୂଆଦିଲ୍ଲୀ, ୨୯/୦୭ : ଭାରତର ୧୯ ବର୍ଷୀୟା ଚେସ୍ ପ୍ରତିଭା ଦିବ୍ୟା ଦେଶମୁଖ ଚେସ୍ ବିଶ୍ୱକପ ୨୦୨୫ର ଫାଇନାଲରେ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଫାଇନାଲରେ ଭାରତର ଅନ୍ୟତମ ଅଭିଜ୍ଞ ଖେଳାଳି କୋନେରୁ ହମ୍ପିଙ୍କୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛନ୍ତି । ଏହି ବିଜୟ ସହ ସେ ବିଶ୍ୱ ଚେସ୍ ଚାମ୍ପିୟନ୍ ହେବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଫାଇନାଲକୁ ଦିବ୍ୟାଙ୍କ ଯାତ୍ରା ବେଶ୍ ଚମତ୍କାର ରହିଥିଲା । ସେ ସେମିଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ଚୀନର ଟାନ୍ ଝୋଙ୍ଗିଙ୍କୁ ୧.୫-୦.୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହି ବିଜୟ ପରେ ସେ FIDE ମହିଳା ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇପାରିଥିଲେ । ଏହାସହ ସେ ଆସନ୍ତା ବର୍ଷ ହେବାକୁ ଥିବା କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଜର୍ଜିଆର ବାତୁମିଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦିବ୍ୟା ଆରମ୍ଭରୁ ଚମତ୍କାର ଖେଳ ପ୍ରଦର୍ଶନ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।
