ରାତି ୮ଟାରୁ ୧୦ଟା ଫୁଟିବ ବାଣ: ଦୀପାବଳିର ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି, ଯାହାକୁ ପାଳିିବାକୁ ଲୋକେ ଅପେକ୍ଷା କରିଛନ୍ତି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ଅନୁମତି ମିଳିଛି। ୧୨୫ ଡେସିବଲରୁ କମ ସାଉଣ୍ଡ ହୋଇଥିବା ଉଚିତ ବୋଲି ସୂଚନା ରହିଛି । ବେଆଇନ ବାଣ କାରବାର ଉପରେ ପୋଲିସ ନଜର ରଖିବେ । ସମ୍ବେଦନଶୀଳ ଜାଗାରେ ବାଣ ଫୁଟା ଉପରେ କଟକଣା ଲାଗିଛି । ନିୟମ ଭାଙ୍ଗି ବାଣ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସେହିପର ବାଣ ବିକ୍ରି ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ। ବେଆଇନ ବାଣ କାରବାର ଉପରେ ପୋଲିସ ନଜର ରଖିବ ବୋଲି କୁହାଯାଇଛି। ସମ୍ବେଦନଶୀଳ ଜାଗାରେ ବାଣ ଫୁଟା ଉପରେ କଟକଣା ଜାରି ହୋଇଛି। ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ତେବେ କରୋନା ସଂକ୍ରମଣ ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ହୋଇଥିଲା। କିନ୍ତୁ ଚଳିତ ବର୍ଷ କରୋନା ପ୍ରକୋପ ନଥିଲେ ମଧ୍ୟ ରାଜଧାନୀରେ ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି। କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । ଦୀପାବଳି ଦିନ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ରହିଛି।