ବର୍ତ୍ତମାନ ଅନେକ ଲୋକଙ୍କର ଶ୍ୱାସ ଜନିତ ସମସ୍ୟା ଦେଖାଯାଉଛି । ଏହା ଏତେ କଷ୍ଟକର ହୋଇଥାଏ ଯେ ମଣିଷକୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଏମିତି ହିଁ ଏକ ଶ୍ୱାସ ଜନିତ ସମସ୍ୟା ହେଉଛି ଆସ୍ଥମା । ଶୀତ ଦିନରେ ଏହି ସମସ୍ୟା ତ ରୋଗୀକୁ ନାକେଦମ କରିଦିଏ । ତେବେ ଏହା ଏମିତି ଏକ ରୋଗ ଯାହାର ନିରାକରଣ କେହି ସ୍ପଷ୍ଟ ଭାବେ ଜାଣିନାହାନ୍ତି । ତଥାପି କିଛି ଘରୋଇ ଉପଚାର ଦ୍ୱାରା ଏହାକୁ ନିୟନ୍ତ୍ରଣରେ କରାଯାଇପାରିବ । ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏହାର ସମ୍ବନ୍ଧୀୟ କିଛି ଘରୋଇ ଉପଚାର ।
ଶ୍ୱାସର ଲକ୍ଷଣ : ଅଧିକ ଦିନ ପର୍ଯ୍ୟନ୍ତ ଶୁଖିଲା କାଶ କିମ୍ବା କଫ ସହ କାଶ ହେବା । ନିଶ୍ୱାସ ନେବାରେ ଅସୁବିଧା ହେବା ସହ ନିଶ୍ୱାସ ନେବା ସମୟରେ ଶବ୍ଦ ହେବା । ଥଣ୍ଡା ସ୍ଥାନରେ ନିଶ୍ୱାସ ନେବାରେ ଅସୁବିଧା । ଟିକେ ଚଲାବୁଲା କରିବା ଦ୍ୱାରା ଧଇଁସଇଁ ଲାଗିବା । ଏଥିସହ ବ୍ୟୟାମ କିମ୍ବା କସରତ ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହେବା । ଏହିପରି ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ଲୋକଙ୍କ ଚିନ୍ତାକୁ ବଢ଼ାଇଦେଇଛି । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଘରୋଇ ଉପଚାର ନେଇ ଆସିଛୁ । ଯାହା ଶ୍ୱାସ ରୋଗରେ ଆପଣଙ୍କ ପାଇଁ ବହୁତ ଫାଇଦପୂର୍ଣ୍ଣ ପ୍ରମାଣିତ ହେବ । କେବଳ ଏତିକି ନୁହେଁ ଏହା ଆପଣଙ୍କୁ ଅସହ୍ୟ ଯନ୍ତ୍ରଣାରୁ ମଧ୍ୟ ଆରାମ ଦେବ । ତାହେଲେ ଆସନ୍ତୁ ଜାଣିବା ଏହି ଆରାମ ଦେଉଥିବା ଘରୋଇ ଉପଚାର ।
ଶ୍ୱାସ ଦୂର କରିବ ଏହି ଘରୋଇ ଉପଚାର: ସାଧାରଣତଃ ରୋଷେୟା କାର୍ୟ୍ୟରେ ଅଦାକୁ ବ୍ୟବହାର କରାଯାଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଏହି ଅଦା ଦ୍ୱାରା ମଧ୍ୟ ଶ୍ୱାସ ସମସ୍ୟାରୁ ରକ୍ଷା ମିଳିପାରିବ । ଅଦାର ଚା’ ପ୍ରସ୍ତୁତ କରିବା ସହ ଏଥିରେ ଦୁଇ ପାଖୁଡ଼ା ରସୁଣକୁ କାଟି ମିଶାଇ ସକାଳେ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା କିଛି ମାତ୍ରାରେ ଉପଶମ ହେବ । ଶ୍ୱାସରୁ ରକ୍ଷା ପାଇବା ପାଇଁ ୫ ପାଖୁଡ଼ା ରସୁଣକୁ ୩୦ ମିଲି କ୍ଷୀର ଦେଇ ଅଳ୍ପ ଫୁଟାନ୍ତୁ । ଏହାକୁ ଦୈନିକ ଥରେ ସେବନ କରନ୍ତୁ । ଏହିପରି ପ୍ରତିଦିନ କଲେ ବହୁଶୀଘ୍ର ଦୂର ହେବ ଶ୍ୱାସ ସମସ୍ୟା । ଶ୍ୱାସ ପାଇଁ ଘରେ ପ୍ରସ୍ତୁତ କାଢ଼ା ମଧ୍ୟ ବହୁ ଉପକାରୀ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨୫ ମିଲି ପାଣିରେ ୪-୫ଟି ଲବଙ୍ଗ ପକାଇ ୫ ମିନିଟ ଫୁଟାନ୍ତୁ । ଏହାକୁ ଛାଣି ମହୁ ମିଶ୍ରଣ କରି ଦୈନିକ ୩-୪ ଥର ସେବନ କରନ୍ତୁ । ଦେଖିବେ ଶ୍ୱାସରୁ ବହୁ ମାତ୍ରାରେ ରକ୍ଷା ମିଳିବ ।
