ଆସନ୍ତା ୧୭ରୁ ୨୪ ମଧ୍ୟରେ ଭୁବନେଶ୍ବର ହେବ କୁକୁର ଗଣନା

​​​​​​​ଭୁବନେଶ୍ବର, ୧୪/୦୯ : ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୁଲା କୁକୁରଙ୍କ ଗଣନା ହେବ। ସମୁଦାୟ ଦୁଇଟି ପର୍ଯ୍ୟାୟରେ ମୋଟ ୬୭ଟି ଓ୍ବାର୍ଡରେ ଥିବା ବୁଲା କୁକୁରଙ୍କ ଗଣନା କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଦ୍ବିତୀୟ ପର୍ଯ୍ୟାୟ ୨୧ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କୁକୁର ଗଣନା ଚାଲିବ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମଟିଏ, ଇଓ, ସିଓ, ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟ ସଂପାଦନ କରିବେ । ଏଥିପାଇଁ ସମୁଦାୟ ୪୧୦ଟି ଟିମ୍ ଗଠନ କରାଯାଇଛି । ଟିମ୍ ପୂରା ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ବୈଜ୍ଞାନିକ ପଦ୍ଧତିରେ କୁକୁର ଗଣନା କରିବ।

SBI_Festive_Digital Billboard